ଦେଶ ବିଦେଶନ୍ୟୁଜ୍

କରୋନା-ମଙ୍କିପକ୍ସଠୁ ଅଧିକ ବିପଦପୂର୍ଣ୍ଣ ଏହି ଭାଇରସ୍‌, ଘାନାରେ ଚିହ୍ନଟ ୨ ରୋଗୀଙ୍କ ମୃତ୍ୟୁ

କରୋନା-ମଙ୍କିପକ୍ସଠୁ ଅଧିକ ବିପଦପୂର୍ଣ୍ଣ ଏହି ଭାଇରସ୍‌, ଘାନାରେ ଚିହ୍ନଟ ୨ ରୋଗୀଙ୍କ ମୃତ୍ୟୁ

ଗୋଟିଏ ପଟେ କରୋନା ଓ ମଙ୍କିପକ୍ସ ବିପଦ ଟଳି ନ ଥିଲା ବେଳେ ବିଶ୍ୱବାସୀଙ୍କୁ ଆଉ ଏକ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ ଘାନାରେ ମାରବର୍ଗ ନାମକ ଏକ ଭାଇରସ ଚିହ୍ନଟ ହୋଇଛି, ଯାହାକି ଇବୋଲା ଭଳି ସଂକ୍ରାମକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠ ରବିବାର ଏକ ବୟାନରେ କହିଛି ଯେ, ଘାନା ଅତ୍ୟଧିକ ସଂକ୍ରାମକ ମାବର୍ଗ ଭାଇରସ ରୋଗରେ ନିଜର ପ୍ରଥମ ରୋଗୀ ଚିହ୍ନଟ କରିଛି ।

ଏହି ସଂକ୍ରମଣରେ ୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମୃତ୍ୟୁ ପୂର୍ବରୁ ୨ ବ୍ୟକ୍ତିଙ୍କ ଠାରେ ଜ୍ୱର ଓ ବାନ୍ତି ଲକ୍ଷଣ ଦେଖାଯାଇଥିଲା । ଉଭୟଙ୍କ ସଂସ୍ପର୍ଶରେ ପ୍ରାୟ ୯୦ ଜଣ ଲୋକ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଉଛି ।
ମାରବର୍ଗ ଭାଇରସ ରୋଗ ଅତ୍ୟଧିକ ଭିଷାଣୁଜନିତ ରୋଗ, ଯାହାକି ରକ୍ତସ୍ରାବ ଜ୍ୱର କାରଣ ହୋଇଥାଏ ।

ଏଥିରେ ମୃତ୍ୟୁ ଅନୁପାତ ୮୮ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ି ଥାଏ । ଜ୍ୱର ହେବା, ମୁଣ୍ଡ ବୁଲାଇବା ଓ ଅସୁସ୍ଥ ସହିତ ରୋଗ ହେବା ଏହି ସଂକ୍ରମଣର ପ୍ରମୁଖ ଲକ୍ଷଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଏହି ରୋଗ ଫଳ ମାଧ୍ୟମରେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାପିଥାଏ । ସେହିପରି ତରଳ ପଦାର୍ଥ ଓ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଏହି ସଂକ୍ରମଣ ହୋଇଥାଏ ।

Related posts

ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ; ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

Odisha Halchal

କଣ୍ଠଶିଳ୍ପୀ ବିଜୟଙ୍କୁ ନେଇ ଚର୍ଚ୍ଚା

Odisha Halchal

ଶଶୁର ଘର ଭିତରେ ଜ୍ୱାଇଁ ର ଆତ୍ମହତ୍ୟା

Odisha Halchal

Leave a Comment