କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

0
42
କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି
କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ ମାରିଛି ବିଏମ୍‌ସି।

ଲାରା କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ର ପୋଷ୍ଟର ଲଗାଇଛି ବିଏମସି ।

ସୂଚନା ମୁତାବକ, କେବଳ ଲାରା ହିଁ କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବାର ମଧ୍ୟ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here