29.1 C
Bhubaneswar
Saturday, October 16, 2021
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ କରୋନା ଭୟ ମଧ୍ୟରେ ଦ୍ୱିତୀୟ ବିପଦ, ଲୋକ ହରାଉଛନ୍ତି ଦୃଷ୍ଟିଶକ୍ତି

କରୋନା ଭୟ ମଧ୍ୟରେ ଦ୍ୱିତୀୟ ବିପଦ, ଲୋକ ହରାଉଛନ୍ତି ଦୃଷ୍ଟିଶକ୍ତି

ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହଜାର ହଜାର ସଂକ୍ରମିତ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ଆଉ ଏକ ନୂଆ ବିପଦ ଉଭା ହୋଇଛି । ଯାହା ଚିନ୍ତାକୁ ବଢାଇ ଦେଇଛି । ଗୁଜୁରାଟର ସୁରଟରେ ଭାଇରସର ଭୟ ମଧ୍ୟରେ ଆଉ ଏକ ଭୟଙ୍କର ରୋଗ ମୁଣ୍ଡ ଟେକିଛି । ଯେଉଁଥିରେ ଲୋକଙ୍କ ଆଖି ବାହାର କରିବାକୁ ପଡୁଛି । ୧୫ ଦିନ ମଧ୍ୟରେ ସୁରଟରେ ପ୍ରାୟ ୪୦ରୁ ଅଧିକ ଏପରି କେସ୍ ସାମ୍ନାକୁ ଆସିଛି ।

ଗୁଜୁରାଟର ସୁରଟରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଛି । ଅନେକ ଆକ୍ରାନ୍ତ ବେଡ୍, ଆମ୍ଳଜାନ, ଓ ଭେଣ୍ଟିଲେଟର ଅବାବରୁ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ସୁସ୍ଥ ହୋଇଥିବା କିଛି ଆକ୍ରାନ୍ତ ଦୃଷ୍ଟି ଶକ୍ତି ହରାଉଛନ୍ତି । ସେମାନଙ୍କ ଆଖି ବାହାର ନକଲେ ପ୍ରାଣ ମଧ୍ୟ ହରାଉଛନ୍ତି । ଏହି ରୋଗର ନାଁ ମିକୋରମାଇକୋସିସ୍ ।

ଗତ ୧୫ ଦିନରେ ସୁରଟର ୪୦ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ଆଖି ବାହାର କରିବାକୁ ପଡିଛି । ଡାକ୍ତରଙ୍କ କହିବାନୁସାରେ, ଏହି ରୋଗ ଏକ ପ୍ରକାର ଫଙ୍ଗାଲ ଇନଫେକ୍ସନ । ଯାହା ଆଖି, ନାକ, ଗଳା ଓ ମସ୍ତିସ୍କକୁ ସଂକ୍ରମିତ କରିଥାଏ । ଦେଶରେ କରୋନା ମହାମାରୀ ସମୟରୁ ଏହି ନୂଆ ରୋଗ ବାବଦରେ ଆଭାସ ମିଳିଥିଲା । କିନ୍ତୁଦ୍ୱିତୀୟ ଲହରରେ ଏହାର ଅଧିକ ମାମଲା ଆସୁଛି । ଏହି ସଂକ୍ରମଣ ହେଲେ ୨ରୁ ୪ ଦିନ ମଧ୍ୟରେ ଏହା ଆଖିକୁ ସଂକ୍ରମିତ କରିଥାଏ । ୨୪ ଘଣ୍ଟାରେ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଏ । ଯଦି ଆଖି ବାହାର କରିବାକୁ ବିଳମ୍ବ ହୁଏ ତେବେ ଆକ୍ରାନ୍ତଙ୍କ ପ୍ରାଣ ହରାଇବାର ସମ୍ଭାବନା ମଧ୍ୟ ରହିଛି ।

ଆଉ କିଛି ଡାକ୍ତର କହିଛନ୍ତି ଯେ, ଏହି ରୋଗ ଶରୀରର ରୋଗ ପ୍ରତିରୋଧର ଶକ୍ତି ଉପରେ ଆକ୍ରମଣ କରିଥାଏ । ପରେ ଏହା ଶରୀର ଉପରେ ପ୍ରଭାବ ପକାଇଥାଏ । ଆଖିରୁ ପାଣି ବାହାରେ ।କଷ୍ଟ ହୁଏ । ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ଦରକାର । ନଚେତ ମୃତ୍ୟୁମୁଖରେ ପଢିବାର ସମ୍ଭାବନା ବେଶୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments