ଅପରାଧଓଡ଼ିଶା ଖବରନ୍ୟୁଜ୍

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି ।

କମିସନରେଟ୍ ପୋଲିସ କବଜାରେ ଏଭଳି ଏକ ଗ୍ୟାଙ୍ଗ୍ ‘ଭାଇ ଗ୍ୟାଙ୍ଗ’ । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ ।ଗତ ୨୮ ତାରିଖରେ ସୁନ୍ଦରପଦା ଓମଫେଡ୍ ଦୋକାନୀ ଦୀପୁ ବେହେରାଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ମାରଣାସ୍ତ୍ର ଧରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । କିଛି ଦିନ ହେବ ଏହି ଗ୍ୟାଙ୍ଗ ସୁନ୍ଦରପଦା ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

Related posts

ଧାନ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ

Odisha Halchal

ସରକାରୀ ଚାକିରିରେ ୨.୨୬ ଲକ୍ଷ ପଦବୀ ଫାଙ୍କା, ତଥାପି ନିଯୁକ୍ତି ନାହିଁ

Odisha Halchal

ହିଜାବ ବିବାଦ: କର୍ଣ୍ଣାଟକ ହାଇକୋର୍ଟର ବଡ ନିଷ୍ପତ୍ତି

Odisha Halchal

Leave a Comment