ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶବିଶେଷ ଖବର

କମିଲା ତେଲ ଦର: ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା

କମିଲା ତେଲ ଦର ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା

କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ନିଷ୍ପତ୍ତିରେ ଦେଶର ସାଧାରଣ ଜନତାଙ୍କୁ ଲାଭ ପହଞ୍ଚାଇବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ ଦର ୯ଟଙ୍କା ୫୦ ପଇସା ଲିଟର ପିଛା ଓ ଡିଜେଲ ଦର ଲିଟର ପିଛା ୭ ଟଙ୍କା ହ୍ରାସ ଆସିବ । କିନ୍ତୁ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟମାନଙ୍କର ଦାୟିତ୍ୱ ବଢ଼ିଯାଇଛି । କାରଣ ରାଜ୍ୟ ସରକାରମନଙ୍କ ଉପରେ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିବାକୁ ନେଇ ଚାପ ବଢ଼ିଯାଇଛି ।

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ କେରଳ ଓ ରାଜସ୍ଥାନ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହଟାଇଛନ୍ତି । କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଭ୍ୟାଟ ହ୍ରାସ କରିଛନ୍ତି । ଡିଜେଲ ଉପରୁ ଲିଟର ପିଛା ୧.୩୬ ପଇସା ଭ୍ୟାଟ୍ କମ କରିଦେଇଛନ୍ତି । ଏମିତିରେ କେରଳରେ ପେଟ୍ରୋଲ ଲିଟର ପିଛା ୧୧.୯୧ ଟଙ୍କା ହ୍ରାସ ପାଇଛି । ସେହିପରି ରାଜସ୍ଥାନ ସରକାର ମଧ୍ୟ ରାଜ୍ୟର ଜନତାଙ୍କୁ ଆଶ୍ୱସ୍ଥି ଦେବା ପାଇଁ ଭ୍ୟାଟ ହ୍ରାସ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋ ଟୁଇ୍‌ଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ପେଟ୍ରୋଲ-ଡିଜେଲର ଦର ହ୍ରାସ ପରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୨.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧.୧୬ ଟଙ୍କା ଲିଟର ପିଛା ଭ୍ୟାଟ କମ କରିଛନ୍ତି । ରାଜ୍ୟରେ ଏବେ ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୪୮ ପଇସା ଓ ଡିଜେଲ ୭ଟଙ୍କା ୧୬ ପଇସା ଲିଟର ପିଛା ଶସ୍ତା ହେବ । ଏହା ଦ୍ୱାରା ରାଜ୍ୟକୁ ପାଖାପାଖି ୧୨୦୦ କୋଟି ଟଙ୍କା ପ୍ରତିବର୍ଷ ରାଜସ୍ୱ ହରାଇବାକୁ ପଡ଼ିବ । ପୂର୍ବରୁ ୨ ଥର ଭ୍ୟାଟ ହ୍ରାସ କରାଯାଇଥିବାରୁ ୬୩୦୦ କୋଟି ଟଙ୍କା ରାଜସ୍ୱ ହାନୀ ହୋଇଥିଲା ।

Related posts

ରାଜଧାନୀ ରାସ୍ତାରେ ପଡ଼ିଛି ନରକଙ୍କାଳ

Odisha Halchal

ଋଣ ବୋଝ ସହିପାରିଲେଣି ମା ଓ ପୁଅ, ଶେଷରେ କୀଟନାଶକ ପିଇ ଜୀବନ ହାରିଲେ

Odisha Halchal

କଂଗ୍ରେସ ର ସମାବେଶ, ରାଜନେତାଙ୍କ ଟଙ୍କା ଦେଇ ଲୋକ ଜମା କରିବା ପୁରୁଣା ଅଭ୍ୟାସ।

Odisha Halchal

Leave a Comment