ଅପରାଧଓଡ଼ିଶା ଖବରନ୍ୟୁଜ୍

କପି ରୋକିବାରୁ ମାଡ଼ ମାରିଥିଲେ ଦୁର୍ବୃତ୍ତ

କପି ରୋକିବାରୁ ମାଡ଼ ମାରିଥିଲେ ଦୁର୍ବୃତ୍ତ

ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲୁଙ୍ଗା ଗାଁର ଅଜିତ କୁମାର ବାରିକକୁ ଗିରଫ କରିଛି ତୁରୁମୁଙ୍ଗା ଥାନା ପୋଲିସ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବିଲାରାମଚନ୍ଦ୍ରପୁର ଗାଁର ଘଟଣା ।

ଖବର ଅନୁଯାୟୀ, ଗତ ଶନିବାର ଦିନ ହାଇସ୍କୁଲ ପରୀକ୍ଷାର ଶେଷ ଦିନ ଥିଲା । ସାହାରପଡା ବ୍ଲକ ବିଲା ରାମଚନ୍ଦ୍ରପୁର ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ଚାଲୁଥିବାର ଖବର ଆସିଥିଲା । ଏହାପରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଡେପୁଟୀ ସୁପରିଟେଣ୍ଡ ଚିତରଞ୍ଜନ ସାହୁ ପରୀକ୍ଷାର୍ଥୀଙ୍କୁ ରୋକି ଥିଲେ । ଯାହାଫଳରେ ସେ ପରୀକ୍ଷାରେ କପି କରିବାରେ ବଞ୍ଜିତ ହୋଇଥିଲା ।

ଏଥିର ଉତ୍‌କ୍ଷିପ୍ତ ହୋଇ ଅଜିତ ତାର ଦୁଇ ସାଙ୍ଗ ସହ ବାଇକରେ ଆସି ଡେପୁଟି ସୁପରିଟେଣ୍ଡଙ୍କୁ ଆକ୍ରମଣ କରିଥିଲେ । ଏନେଇ ସାହାରପଡ଼ା ଏବିଇଓ ଭାରତୀ ପୋହି ଶନିବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ସହଯୋଗୀ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି।

Related posts

ଭାଇରାଲ ହେଉଛି ଅଡିଓ- ସବୁବେଳେ କାହିଁକି ରାଗୁଛୁ, SORRY, LOVE YOU

Odisha Halchal

ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗ, ମିଳିଲା ସନ୍ଧାନ

Odisha Halchal

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

Odisha Halchal

Leave a Comment