ଖେଳନ୍ୟୁଜ୍

କପିଳ ଦେବଙ୍କ ୪୦ ବର୍ଷର ଏହି ରେକର୍ଡ ଭାଙ୍ଗିଲେ ଜସପ୍ରୀତ ବୁମରା

କପିଳ ଦେବଙ୍କ ୪୦ ବର୍ଷର ଏହି ରେକର୍ଡ ଭାଙ୍ଗିଲେ ଜସପ୍ରୀତ ବୁମରା

ଭାରତୀୟ ଅଧିନାୟକ ଜସପ୍ରୀତ ବୁମରା ଭାଗ୍ୟଶାଳୀ ହୋଇପାରିଛନ୍ତି । ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହେବା ପରେ ଜସପ୍ରୀତ ବୁମରାଙ୍କୁ ଟିମ୍ ଇଣ୍ଡିଆ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ୱ ମିଳିଛି । ଏହା ପରେ ବୁମରା ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଇଂଲଣ୍ଡ ବିପକ୍ଷରେ ୫ ମ ଟେଷ୍ଟର ପ୍ରଥମ ପାଳିରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୩୫ ରନ୍ ସଂଗ୍ରହ କରିଥିଲେ ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ପାଳିରେ ଜସପ୍ରୀତ ବୁମରା ବ୍ୟାଟର ଓଲି ପୋପଙ୍କୁ ଆଉଟ କରିଦେଇଛନ୍ତି । ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମୋଟ ୨୩ଟି ୱିକେଟ ନେଇଛନ୍ତି । ଏଥି ସହିତ ଇଂଲଣ୍ଡ ବିପକ୍ଷରେ କୌଣସି ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇପାରିଛନ୍ତି । ଏହା ପୂର୍ବରୁ କପିଳ ଦେବ ୧୯୮୧-୮୨ରେ ଘରୋଇ ଶୃଙ୍ଖଳାରେ ଇଂଲଣ୍ଡର ୨୨ଟି ୱିକେଟ ନେଇଥିଲେ । ଏହି ପ୍ରଦର୍ଶନ ବଳରେ ସେ କପିଳ ଦେବଙ୍କ ୪୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ।

ଭୁବନେଶ୍ୱର କୁମାରଙ୍କ ନାଁ ୩ୟ ସ୍ତାନରେ ରହିଛି । ୨୦୧୪ରେ ଇଂଲଣ୍ଡରେ ହୋଇଥିବା ଶୃଙ୍ଖଳାରେ ଭୁବନେଶ୍ୱର ୧୯ଟି ୱିକେଟ ନେଇଥିଲେ । ଜସପ୍ରୀତ ବୁମାର ଭଲ ଫର୍ମରେ ଅଛନ୍ତି । ତାଙ୍କ ବଲ ଖେଳିବା ଯେକୌଣସି ବ୍ୟାଟର ପାଇଁ ସହଜ ହୋଇପାରୁ ନାହିଁ । ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୦ ୱିକେଟ ପୂରା କରିଛନ୍ତି ।

Related posts

ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଲା କ୍ରାଇମବ୍ରାଞ୍ଚ ଟିମ୍‌

Odisha Halchal

ଅମାପ ସମ୍ପତ୍ତି ର ମାଲିକ ଅଧିକ୍ଷଣ ଯନ୍ତ୍ରୀ

Odisha Halchal

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

Odisha Halchal

Leave a Comment