ଅପରାଧଓଡ଼ିଶା ଖବରନ୍ୟୁଜ୍

କଣ୍ଟ୍ରାକ୍ଟର ଶିଖାଉଛନ୍ତି ନୂଆ ନିୟମ

କଣ୍ଟ୍ରାକ୍ଟର ଶିଖାଉଛନ୍ତି ନୂଆ ନିୟମ

କଣ୍ଟ୍ରାକ୍ଟର ଶିଖାଉଛନ୍ତି ନୂଆ ନିୟମ ‘ଫଳକ ହିସାବ ରେ କାମ କରାଯାଏ ନାହଁ !ଫଳକ ରେ 10 ଲକ୍ଷ ଲେଖା ହେଲେ କାମ ହେବ 2ଲକ୍ଷଘୋଟଲା ର ଚରମ ସୀମା ପାର ହେଉଛନ୍ତି କଣ୍ଟ୍ରାକ୍ଟର ସାରସବୁଆଡେ ଖାଇଲେ ଶେଷରେ ସ୍କୁଲ କୁ ବି ଛାଡିଲେ ନାହଁ
5t ସ୍କୁଲ ର ବିକାଶ ର ନଗ୍ନ ରୂପ!

ହଁ ଦର୍ଶକ ବନ୍ଧୁ ଟିକେ ଭଲ ଭାବରେ ଦେଖନ୍ତୁ ଏଇ କଣ୍ଟ୍ରାକ୍ଟର ମହାଶୟ ଙ୍କୁ ଇଏ କୁଆଡେ ଏବେ ନୂଆ ନିୟମ କାଢିଛନ୍ତି
ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ୫ଟି ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ଚଳିତ ମାସ ଗତ ୧୨ ତାରିଖରେ ଅଭିଯୋଗ ଆଣିଥିଲେ ବିଦ୍ୟାଳୟ ପରିଚାଳନା କମିଟି। ଏହି ସ୍କୁଲକୁ ଓଡିଶା ସରକାରଙ୍କ ଦ୍ୱାରା ମୋ ସ୍କୁଲ ମାଧ୍ୟମରେ ୪୫ଲକ୍ଷ ଓ ମନରେଗା ଯୋଜନାରେ ୨୦ ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମ୍ପୃକ୍ତ ଜେଇ ସାରଦା ପ୍ରସନ୍ନ ମହାନ୍ତି ଓ ସ୍ଥାନୀୟ ଜଣେ ଠିକାଦାର କାର୍ଯ୍ୟର ଦାୟିତ୍ୱ ତୁଲାଇଥିଲେ।ମାତ୍ର ୫ଟି କାର୍ଯ୍ୟର ଅନିୟମିତତା ନେଇ ବିଦ୍ୟାଳୟ ପରିଚାଳନା କମିଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ବେଳେ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ଅଭିଯୋଗ ଅନୁଯାୟୀ ବିଦ୍ୟାଳୟର ପୁରୁଣା କବାଟକୁ ସାମାନ୍ୟ ମରାମତି କରି ନୂଆ ରୂପାନ୍ତରିତ କରିବା,ନିମ୍ନ ମାନର ରଙ୍ଗ କାର୍ଯ୍ୟ ସାମ୍ନା ପଟରେ ହୋଇଥିବା ବେଳେ ବିଦ୍ୟାଳୟ ପଛ ପଟ ପାଚେରୀ ରଙ୍ଗ ନ କରିବା,ପାଚେରୀରେ ମହାପୁରୁଷ ମାନଙ୍କର ତୈଳ ଚିତ୍ର ସ୍ଥାନିତ ନ ହେବା,ଖେଳ ପଡ଼ିଆ ସୌନ୍ଦର୍ଯ୍ୟ କରଣରେ ଅନିୟମିତତା।

ବିଦ୍ୟାଳୟ ପୋଖରୀ ପାଇଁ ମଞ୍ଜୁର ହୋଇଥିବା ୩ଲକ୍ଷ ଟଙ୍କାର କାର୍ଯ୍ୟକୁ ୪ଟା ମଜୁରି ଲଗାଇ କେବଳ ପଙ୍କ ଉଠାଇ ତିନି ଲକ୍ଷ ଟଙ୍କାର ଦୁର୍ନୀତି,ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଞ୍ଜୁର ହୋଇଥିବା ଟଙ୍କା ବାଟମାରଣା ସହ ଅନିୟମିତତା,ବିଦ୍ୟାଳୟ ଫାଟକ ତିଆରିରେ ଚଞ୍ଚକତା ପୁରୁଣା ଫାଟକକୁ ରଙ୍ଗ କରି ନୂଆ ଦର୍ଶାଇବା,ବୃକ୍ଷ ରୋପଣରେ ବାଟ ମାରଣା,ଜେଇଙ୍କ ମନମୁଖୀ କାର୍ଯ୍ୟ ନିଜ ଇଚ୍ଛାରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ବିନା ପରାମର୍ଶରେ ଠିକାଦାର ନିଯୁକ୍ତ କରି ନିମ୍ନ ମାନର କାର୍ଯ୍ୟ ଆଦି ହୋଇଥିବା ନେଇ ଅଭିଯୋଗ ହେବା ପରେ ଭୋଗରାଇ ବିଡିଓ ଶଙ୍କର ପଟ୍ଟନାୟକ ଏ ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଶନିବାର ବିଦ୍ୟାଳୟ ପରିଚାଳନା କମିଟି,ଗ୍ରାମବାସୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଜେଇ ଶ୍ରୀ ମହାନ୍ତିଙ୍କୁ ନେଇ ଅନିୟମିତତା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଜେଇ ଶ୍ରୀ ମହାନ୍ତି ଓ ପ୍ରଧାନ ଶିକ୍ଷକଙ୍କ କଥାରେ କୌଣସି ତାଳମେଳ ରହୁ ନଥିବା ବେଳେ ପରିଚାଳନା କମିଟିର ସଭାପତି ଓ ସଦସ୍ୟ ମାନେ ଜେଇ ଶ୍ରୀ ମହାନ୍ତିଙ୍କୁ କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ।ମାତ୍ର ଜେଇ ଶ୍ରୀ ମହାନ୍ତି କାର୍ଯ୍ୟର ବିବରଣୀ ଦେବା ପରିବର୍ତ୍ତେ ଯେତିକି ଟଙ୍କାର ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରିତ ହୁଏ ସେତିକି ଟଙ୍କାର କାର୍ଯ୍ୟ କରା ଯାଏ ନାହିଁ ବୋଲି କହିବା ସହିତ ଫଳକରେ ଯାହା ଲେଖା ଯାଇଛି ତାହା ମିଛ ବୋଲି କହି ପରିଚାଳନା କମିଟିର କୌଣସି କଥାର ଉତ୍ତର ନ ଦେଇ ବୈଠକରୁ ଉଠି ଚାଲି ଯାଇଥିଲେ।ପ୍ରଧାନ ଶିକ୍ଷକ ଜେଇଙ୍କ କଥାକୁ ପରିଚାଳନା କମିଟି ଆଗରେ ଘଣ୍ଟ ଘଡାଉ ଥିଲା ବେଳେ ଏହି ମହା ଘୋଟାଲାରେ ପ୍ରଧାନ ଶିକ୍ଷକଙ୍କ ସମ୍ପୃକ୍ତି ସନ୍ଦେହ ଘେରରେ ରହିଛି।ଅପରପକ୍ଷରେ ଛାତ୍ର ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ଅନିୟମିତତାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୁର୍ନୀତିରେ ଜେଇଙ୍କ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related posts

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ

Odisha Halchal

ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ସୁରକ୍ଷା ବାହିନୀ

Odisha Halchal

ଯୁଦ୍ଧ ଭିତରେ ପ୍ରଥମ ଥର ଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍, ରୋସ୍ତୋକ୍ ସହରରେ ବ୍ୟାପକ କ୍ଷୟକ୍ଷତି

Odisha Halchal

Leave a Comment