Wednesday, October 5, 2022
Homeଓଡ଼ିଶା ଖବରଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

ଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡ଼ିଆଙ୍କ ପ୍ରଥମ ପରିଚୟ ଥାଏ ପଖାଳ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପଖାଳର ଚାହିଦା କିଛି ନିଆରା ଭାବେ ଥାଏ ।

ତେଣୁ ପଖାଳର ସ୍ୱତନ୍ତ୍ରତାକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ ।

ଏହି ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଆଜି ପୁରୀ ବେଳାଭୁମିରେ ଏହାକୁ ସାରା ବିଶ୍ୱ ସାମ୍ନାରେ ଦର୍ଶାଉଛି । ଏହି ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର