ଓଡ଼ିଶା ଖବରନ୍ୟୁଜ୍

ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍, ଶତାଧିକ ଲୋକ ଆହତ

ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍, ଶତାଧିକ ଲୋକ ଆହତ

ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍ । ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସୂଚନାଯୋଗ୍ୟ ଯେ, ନବ ବିବାହିତା ଝିଅ ଘରକୁ ଘର କରଣା ନେଇ ଯାଉଥିବା ବେଳେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପୁଟୁଡୁମାହାରୁ କୁଡିଗୁଜା ଯିବା ବେଳେ ସିଜିଙ୍ଗାଣ୍ଡ ଘାଟିରେ ଟ୍ରକ୍‌ଟି ଓଲଟି ପଡିଛି । ଟ୍ରକରେ ୧୦୦ରୁ ଅଧିକ କନ୍ୟା ଯାତ୍ରୀ ଥିଲେ । ଦୁର୍ଘଟଣାରେ ଶତାଧିକ ଲୋକେ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Related posts

ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ

Odisha Halchal

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

Odisha Halchal

ବଢ଼ିଲା ରେପୋ ରେଟ୍‌

Odisha Halchal

Leave a Comment