ଓଡ଼ିଶା ଖବରନ୍ୟୁଜ୍

ଓଡ଼ିଶା କୃଷକ ସାଥି ମହାସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ୧୪ ଟି ପ୍ରସ୍ତାବ

ଓଡ଼ିଶା କୃଷକ ସାଥି ମହାସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ୧୪ ଟି ପ୍ରସ୍ତାବ

ରାୟଗଡା :- (ରିପୋର୍ଟ -ପ୍ରସାଦ ସାହୁକାର)ମୁନିଗୁଡା ବ୍ଲକ କୃଷକ ସାଥିଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଦାବିରେ ବିଧାନସଭା ଆଗରେ ଧାରଣା ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସି ବ୍ଲକ ଓଡ଼ିଶା କୃଷକ ସାଥି ମହାସଂଘର ବ୍ଲକ ସଭାପତି ଲୋକନାଥ ପ୍ରସାଦ ପଣ୍ଡା ,ଉପ ସଭାପତି ଅଜିତ କୁମାର ମହାରଣା ସଂମ୍ପଦକ ନରେନ୍ଦ୍ର ହିଆଲ, ନେତୃତ୍ୱରେ ବ୍ଲକର ସମସ୍ତ ପଞ୍ଚାୟତର କାର୍ଯ୍ୟରତ କୃଷକ ମହାସଂଘ ସାଥି ମିଳିତ ଭାବେ ଆସି କୃଷି ଅଧିକାରୀଙ୍କୁ ଉଦ୍ଧେଶ୍ୟରେ 7 ଟି ପ୍ରସ୍ତାବକୁ ନେଇ ଉପସ୍ଥିତ ଆତ୍ମାର ଅଜୟ କୁମାର ନାୟକ ଏ ଡି ଓ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

୨୦୦୬ ମସିହା ଠାରୁ କୃଷକ ସାଥୀ ନିରନ୍ତର ଭାବେ ନିଜ ଦାୟିତ୍ଵ କୁ ସୁଚାରୁ ରୁପେ ଚଲେଇ ଅସୁବିଧା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଭବିଶ୍ଵତର ଉଥାନ ପାଇଁ ସରକାରଙ୍କ ତରଫରୁ କୌଣସି ସୁବିଧା ସୁଯୋଗ କରା ଯାଇନାହିଁ କେବଳ ମାସିକ ଏକ ହଜାର ଟଙ୍କା ରେ ମୂର୍ତିକା ନମୁନା ସଂଗ୍ରହ, ଫସଲ ପାଇଁ ଖାଦ୍ୟ ସାର ପରିଚାଳନା, ଜଳ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ, ରୋଗପୋକ ପରିଚାଳନା ଏବଂ ତଥ୍ୟ ପ୍ରଦାନ, ଶ୍ରୀ ପ୍ରଣାଳୀରେ ଧାଡ଼ି ରୁଆ ଧାନ ଚାଷ, ବିଜୁ କୃଷକ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ବଳରାମ ଯୋଜନା , କାଳିଆ ଯୋଜନା ପାଇଁ ତଥ୍ୟ ସଂଗ୍ରହ ଓ ଏମିତି ଅନେକ ସରକାରଙ୍କ ଜନ କଲ୍ୟାଣ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟ କରି ଆସୁଛନ୍ତି ।

ତେବେ ଏ ନେଇ 7 ଟି ପ୍ରସ୍ତାବ ମଧ୍ୟରେ, ୧-କୃଷକ ସାଥୀ ଙ୍କୁ ତାଲିମ୍ ପ୍ରଦାନ କରିବା ସହ ସାର୍ଟିଫିକେଟ ପ୍ରଦାନ କରିବା ୨ – ପରିସଂଖ୍ୟାନ ବିଭାଗରେ ଅମିନ ଭାବରେ ନିଯୁକ୍ତି କରିବା, ୩- କୃଷି କର୍ମଚାରୀ ମାନ୍ୟତା ପ୍ରଦାନ କରିବା,୪- ଏନ୍ ଜି ଓ ମାନଙ୍କୁ ଉଚ୍ଛେଦ କରି କୃଷକ ସାଥୀ ମାନଙ୍କୁ ନିୟୋଜିତ କରିବା,୫- ଡ୍ରେସ୍ କୋଡ୍ ସହିତ ପରିଚୟ ପତ୍ର ପ୍ରଦାନ କରିବା, ୬- ଇ ରୋଗପୋକ ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ କରିବା,୭- ଏସ୍ ଏଚ ଜି ମାନଙ୍କ ପରିବର୍ତ୍ତେ ବିହନ ବିଶୋଧନ ପାଇଁ କୁଶଳୀ ଶ୍ରମିକ ଭାବରେ ମାସିକ ସର୍ବ ନିମ୍ନ ମଜୁରୀ ପ୍ରଦାନ କରାଯାଉ ଏହି ଥିଲା କୂଷକ ମହା ସଂଘର ଉପସ୍ଥାପନ।

Related posts

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

Odisha Halchal

ସାନ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀର ଚାଲିଗଲା ଜୀବନ

Odisha Halchal

ଆହୁରି ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

Odisha Halchal

Leave a Comment