Wednesday, October 5, 2022
Homeଓଡ଼ିଶା ଖବରଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ଅଶାନ୍ତ ସମୁଦ୍ରରେ ଫସିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରୁଛି ତଟରକ୍ଷା ବାହିନୀ । ଗଞ୍ଜାମ ପ୍ରଶାସନର ତ୍ୱରିତ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ଅପରେଶନ୍‌ । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ତୁରନ୍ତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ଆର୍‌ସି ।

ମତ୍ସ୍ୟଜୀବୀ ମାନେ ସୋନ୍‌ପୁର ନିକଟସ୍ଥ ସମୁଦ୍ର କୂଳରୁ ପ୍ରାୟ ୧ କିଲୋମିଟର ଦୂରରେ ଫସି ରହିଥିଲେ । ହେଲିକପ୍ଟର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଉଥିବା ଜଣାପଡ଼ିଛି ।

ସେମାନଙ୍କୁ ଏୟାରଲିଫ୍ଟ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର