27.1 C
Bhubaneswar
Wednesday, September 29, 2021
No menu items!
Home ଜୀବନଚର୍ଯ୍ୟା ଏହାକୁ ଖାଇଲେ ରହିବେ ଫିଟ...

ଏହାକୁ ଖାଇଲେ ରହିବେ ଫିଟ…

ଗରମ ସିଜିନରେ ଫିଟ୍ ରହିବା ପାଇଁ ନିଜର ଦୈନନ୍ଦିନର ଖାଦ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଗ୍ରୀଷ୍ମଋତୁରେ ଖାଇବା ପିଇବା ଆମର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ସାମାନ୍ୟ ବ୍ୟତିକ୍ରମ ହେଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏହି ସିଜିନରେ ଅଧିକାଂଶ ଲୋକ ଡିହାଇଡ୍ରେସନର ଶିକାର ହେବା ସହ ଭିଟାମିନ୍, ମିନେରାଲ୍ସ ଆଦିର ଅଭାବ ଦେଖାଦେଇଥାଏ । ଆସନ୍ତୁ ଜାଣିବା ଗରମରେ ସୁସ୍ଥ ରହିବା ପାଇଁ କେଉଁ ଖାଦ୍ୟ ସବୁକୁ ସାମିଲ କରିବା ଉଚିତ ।

– ଟମାଟୋରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନରେ ଭରପୁର ରହିଥାଏ । ଏଥିରେ ଲାଇକୋପିନ ନାମକ ଏକ ଉପକାରୀ ଫାଇଟୋକେମିକାଲ୍ସ ଥିବାରୁ ତାହା କ୍ୟାନସର ପରି ଭୟଙ୍କର ରୋଗରୁ ରକ୍ଷା କରିଥାଏ । ଗରମ ସିଜିନରେ ଟମୋଟା ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ ।

– ଗରମ ସମୟରେ କାକୁଡ଼ି ଖାଇବା ନିହାତି ଦରକାର । ପେକ୍ଟିନ ନାମକ ଏକ ଫାଇବର କାକୁଡ଼ିରୁ ମିଳିଥାଏ, ଯାହାକି ହୃଦରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । କାକୁଡ଼ି ଶରୀରରେ କୋଲେଷ୍ଟରଲର ମାତ୍ରାକୁ ମଧ୍ୟ ହ୍ରାସ କରିଥାଏ ।

– ଭରପୁର ପ୍ରୋଟିନ ଥିବା ଦହି ଗରମ ଦିନରେ ଖାଇବା ଶରୀରକୁ ଅନେକ ଫାଇଦା ଦେଇଥାଏ । ଦହି ଖାଇବା ଦ୍ୱାରା ପେଟ ପୂର୍ଣ୍ଣ ରହିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଦହିରେ ପ୍ରୋବାୟୋଟିକ୍ସ ରହିଥିବାରୁ ତାହା ପାଚନ ତନ୍ତ୍ରକୁ ଠିକ ରଖିବାରେ ସହାୟକ ହୋଇଥାଏ ।

– ଗରମ ଦିନରେ ଶରୀରକୁ ଥଣ୍ଡା ରଖିବା ସହ ଡିହାଇଡ୍ରେସନ ଦୂର କରିବା ପାଇଁ ତରଭୁଜ ଖାଇବା ନିହାତି ଦରକାର । ତରଭୁଜରେ ଅଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହାକୁ ଖାଇବା ପରେ ଜଲଦି ଭୋକ ଲାଗେ ନାହିଁ । ଗରମ ସିଜିନରେ ସ୍କିନକୁ ବାହ୍ୟ ସଂକ୍ରମଣରୁ ତରଭୁଜ ରକ୍ଷା କରିଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments