ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍

0
327
ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍
ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍

ମାଲକାନଗିରି :-(ରିପୋର୍ଟ-କୃଷ୍ଣପଦ ରାୟ) ମାଥିଲି ଥାନା କର୍ତ୍ତନପାଲି ଫାଣ୍ଠିର ନିଲମ୍ବିତ ହୋଇଥିବା ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି ।

ତେବେ ମାଲକାନଗିରି, କୋରାପୁଟ ଓ ସୁନାବେଡା ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସର ଟିମ ଚଢାଉ କରୁଛନ୍ତି । ଏହି ଚଢାଉ ବେଳେ ୩ଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଭିଜିଲାନ୍ସ ଠାବ କରିଛି ।

ସେହିପରି ଏକ ମାସ ତଳେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲେ ଜୟଦାସ । ଜାମିନ ପାଇବା ପରେ ପୋଲିସ ହେଡ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ । ଜୟ ଦାସ ମାଥିଲି ଥାନା କର୍ତନ ପାଲି ବିଟ ହାଉସରେ କାର୍ଯ୍ୟରତ ଥିଲେ ।

LEAVE A REPLY

Please enter your comment!
Please enter your name here