ଦେଶ ବିଦେଶନ୍ୟୁଜ୍

ଋଷ-ୟୁକ୍ରେନ୍ ସଂଙ୍କଟ ମଧ୍ୟରେ ପ୍ରତିରକ୍ଷା ବଜେଟ୍‌କୁ ୨୩୦ ବିଲିୟନ ଡ଼ଲାରକୁ ବୃଦ୍ଧି କଲା ଚାଇନା, ଭାରତ ବଜେଟ୍‌ଠାରୁ ତିନି ଗୁଣ ଅଧିକ

ପ୍ରତିରକ୍ଷା ବଜେଟ୍‌କୁ ୨୩୦ ବିଲିୟନ ଡ଼ଲାରକୁ ବୃଦ୍ଧି କଲା ଚାଇନା

ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ବିପଦ ଟାଣି ଆଣିଛି । ଏହିଭଳି ସମୟରେ ପଡୋଶୀ ଚାଇନାର ବାର୍ଷୀକ ପ୍ରତିରକ୍ଷା ବଜେଟ୍ ଚମକାଇ ଦେଲାଭଳି ବୃଦ୍ଧ ପାଇଛି । ଚାଇନା ଶନିବାର ଏହାର ବାର୍ଷିକ ପ୍ରତିରକ୍ଷା ବଜେଟକୁ ୭.୧ ପ୍ରତିଶତ ବୃଦ୍ଧି କରି ଗତ ବର୍ଷର ୨୦୯ ବିଲିୟନ ଡ଼ଲାରରୁ ୨୩୦ ବିଲିୟନ ଡ଼ଲାରରେ ପହଞ୍ଚାଇଛି।

ଚୀନ୍ ସରକାର ୨୦୨୨ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା ବଜେଟ୍ ୨୩୦ ବିଲିୟନ ଡ଼ଲାର୍ ଧାର୍ଯ୍ୟ କରିଛନ୍ତି । ଗତବର୍ଷର ବଜେଟ୍ ଠାରୁ ୭.୧ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବକୁ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି), ଶନିବାର ଦେଶର ସଂସଦରେ ଉପସ୍ଥାପନ କରାଯାଇଛି।

ସମାନ ସମୟରେ ୨୦୨୨ ପାଇଁ ଭାରତର ପ୍ରତିରକ୍ଷା ବଜେଟର ୫.୨୫ ଲକ୍ଷ କୋଟି (ପ୍ରାୟ ୭୦ ବିଲିୟନ ଡ଼ଲାର) ହୋଇଥିଲା ବେଳେ ଚାଇନାର ପ୍ରତିରକ୍ଷା ବଜେଟ୍ ଭାରତ ଠାରୁ ତିନି ଗୁଣ ଅଧିକ । ଗତ ବର୍ଷ ଚାଇନାର ପ୍ରତିରକ୍ଷା ଖର୍ଚ୍ଚ ପ୍ରଥମ ଥର ପାଇଁ ୨୦୦ ବିଲିୟନ ଡ଼ଲାର ଅତିକ୍ରମ କରିଛି। ୨୦୨୧ ମସିହାରେ ପ୍ରତିରକ୍ଷା ବଜେଟରେ ୬.୮ ପ୍ରତିଶତ ବୃଦ୍ଧି ହୋଇ ୨୦୯ ବିଲିୟନ ଡ଼ଲାରରେ ପହଞ୍ଚିଛି।

ଚୀନ୍‌ର ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଚାଇନାର ପିପୁଲ୍ସ ଲିବରସନ୍ ଆର୍ମି(ପିଏଲଏ) “ବ୍ୟାପକ ଯୁଦ୍ଧ ପ୍ରସ୍ତୁତି”କୁ ଆହ୍ୱାନ୍ କରିଛନ୍ତି। ଏହା ପରେ ଚାଇନା ସେନା ପକ୍ଷରୁ କୁହାଯାଇଛି ଯେ ଦେଶର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ବିକାଶର ସ୍ୱାର୍ଥ ରକ୍ଷା ପାଇଁ ପିଏଲଏ “ଏକ ସଂକଳ୍ପବଦ୍ଧ ଏବଂ ନମନୀୟ ଢଙ୍ଗରେ ସାମରିକ ସଂଘର୍ଷ କରିବା” ଆବଶ୍ୟକ।

ଚଳିତ ବର୍ଷର ପ୍ରତିରକ୍ଷା ବଜେଟରେ ଚୀନ୍‌ର ବୃଦ୍ଧି ପୂର୍ବ ଲଦାଖରେ ଚାଲିଥିବା ବିବାଦ ଏବଂ ଆମେରିକା ସହ ରାଜନୈତିକ ତଥା ସାମରିକ ତିକ୍ତତା ମଧ୍ୟରେ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ଆମେରିକା ପରେ ଚାଇନାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରତିରକ୍ଷା ବଜେଟ୍ ରହିଛି।

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

Odisha Halchal

ବିଶ୍ୱବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା

Odisha Halchal

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି

Odisha Halchal

Leave a Comment