ଦେଶ ବିଦେଶନ୍ୟୁଜ୍

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ସବୁ ଦେଶ ଚିନ୍ତାରେ ରହିଥିବା ବେଳେ ଭାରତ ମଧ୍ୟ ଅନେକ କ୍ଷତି ସହିଲାଣି । ପୁର୍ବରୁ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଏହି ଯୁଦ୍ଧରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଛି ।

ୟୁକ୍ରେନର ରାଜଧାନୀ କିଭରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।ଉକ୍ତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ପୋଲାଣ୍ଡର ରେଜୋ ବିମାନବନ୍ଦରରେ ସୂଚନା ଦେଇଛନ୍ତି ।

ସୁଚନା ଅନୁସାରେ ଏହି ମହାଯୁଦ୍ଧକୁ ଲକ୍ଷଙ୍କର ରଖି ଅପରେସନ୍ ଗଙ୍ଗା ଏବେ ଫୋକସ୍‌ରେ ରହିଛି । ଯାହାଫଳରେ ଏହା ମାଧ୍ୟରେ ଏକାଧିକ ଛାତ୍ର ସ୍ୱଦେଶ ଫେରୁଛନ୍ତି ।

ତେବେ ଆଜି ମଧ୍ୟ ପ୍ରାୟ ୬୩୦ ଭାରତୀୟ ସ୍ୱଦେଶ ଫେରିଛନ୍ତି । ୟୁକ୍ରେନ୍ ରୁ ରୋମାନିଆ ଓ ହଙ୍ଗେରୀ ଦେଇ ଏହି ଭାରତୀୟ ମାନଙ୍କୁ ଅଣାଯାଇଛି । ତିନୋଟି ସି-୧୭ ବାୟୁସେନା ବିମାନ ଯୋଗେ ଭାରତୀୟମାନଙ୍କୁ ଦିଲ୍ଲୀ ଅଣାଯାଇଛି ।

ୟୁକ୍ରେନ୍ ରୁ ଫେରିଥିବା ଭାରତୀୟଙ୍କୁ ନୂଆଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ।

Related posts

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

Odisha Halchal

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

Odisha Halchal

ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

Odisha Halchal

Leave a Comment