ଅପରାଧଓଡ଼ିଶା ଖବରନ୍ୟୁଜ୍

ଋଣ ଓ ଚାକିରୀ କରାଇଦେବା ନା ରେ ଲକ୍ଷାଧିକ ଟଙ୍କା ର ଠକେଇ

ଋଣ ଓ ଚାକିରୀ କରାଇଦେବା ନା ରେ ଲକ୍ଷାଧିକ ଟଙ୍କା ର ଠକେଇ

ନବରଙ୍ଗପୁର:-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ଆଦିବାସୀ ଯୁବକ ଯୁବତୀ ସହ ଅନେକାଂଶ ମହିଳା ଙ୍କୁ ଋଣ ଓ ଚାକିରୀ କରାଇଦେବା ନାମ ରେ ଠକେଇ ର ସାଙ୍ଘାତିକ ଅଭିଯୋଗ l ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲା କୁସୁମୀ ଗ୍ରାମର ସୁନୀଲ ହରିଜନ ନାମକ ଜଣେ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତଥା ପୋଡ଼ଶୀ କୋରାପୁଟ ଜିଲ୍ଲା ର ମହିଳା , ଯୁବକ ଯୁବତୀ ଙ୍କୁ ଚାକିରୀ ଏବଂ ଋଣ କରାଇଦେବା ନାମରେ ଲୁଟି ନେଇଛି ଲକ୍ଷାଧିକ ଟଙ୍କା l

ପ୍ରଥମେ ଯୁବକ ଯୁବତୀ ଙ୍କୁ ବିଭିନ୍ନ ଆଦର୍ଶ ବିଦ୍ୟାଳୟ ତଥା ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କରେ ଚାକିରୀ କରାଇଦେବା ପାଇଁ ଟଙ୍କା ମାଗିଥିଲା ଅଭିଯୁକ୍ତ ପରେ ଯୁବକ ଯୁବତୀ ମାନେ ଚାକିରୀ ପ୍ରଲୋଭନ ର ଶିକାର ହୋଇ ସୁନୀଲ କୁ ଟଙ୍କା ଦେଇଥିଲେ ସେହିଭଳି କିଛି ମହିଳା ମାନଙ୍କୁ ବିଭିନ୍ନ ବ୍ୟାଙ୍କ ରେ ସବସିଡି ଯୁକ୍ତ ଋଣ କରାଇଦେବା ନାମରେ ମଧ୍ୟ ଚୂନ ଲଗାଇ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ୧୨ ହଜାର ଟଙ୍କା ଦେଲେ ବିଭିନ୍ନ ସ୍କିମ ରେ ଦୁଇ ଲକ୍ଷ ଟଙ୍କା ର ଋଣ କରାଇଦେବ ଏବଂ ସେହି ଦୁଇ ଲକ୍ଷ ଟଙ୍କା ରୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ କେବଳ ଏକ ଲକ୍ଷ ଟଙ୍କା ଦେବା କୁ ପଡିବ ବୋଲି କହିଥିଲେ ।

ଏଥିନିମନ୍ତେ ୧୨ ହଜାର ଟଙ୍କା ଦେଲେ ଦୁଇ ମାସ ମଧ୍ୟରେ ଟଙ୍କା ମିଳିବ ବୋଲି କହିଥିଲା l ସୁନୀଲ ର କଥାରେ ବିଶ୍ୱାସ କରି ନିରୀହ ଆଦିବାସୀ ମାନେ କିଏ ଧାର ଉଧାର କରି କିଏ ସୁନା ଗହଣା ବନ୍ଧକ ରଖି ତ ଆଉ କିଏ ଗାଡି ବନ୍ଧକ ରଖି ସୁନିଲ ଙ୍କୁ ଟଙ୍କା ଦେଇଥିଲେ l କିନ୍ତୁ ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଦୀର୍ଘ ଦିନ ଧରି ଟଙ୍କା ନ ମିଳିବାରୁ ସୁନୀଲ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ l ବାରମ୍ବାର ତା ଘରକୁ ଯାଇ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦେଖା ମିଳି ନଥିଲା ବାବୁ 420 ସୁନୀଲ ର ଆଉ ନିଜ ଘରେ ମଧ୍ୟ ରହିଲା ନାହିଁ ସୁନୀଲ l

ବର୍ତ୍ତମାନ ଘଟଣାକୁ ୬ ମାସ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ନା ସୁନୀଲ ର ସାକ୍ଷାତ ମିଳିଲା ନା ଟଙ୍କା ମିଳିଲା ଯାହାକୁ ନେଇ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଠକାମୀ ର ଶିକାର ହୋଇଥିବା ଯୁବକ ଯୁବତୀ ଓ ମହିଳା ମାନେ । ସୁନୀଲ କୁ ଗିରଫ କରି ସେମାନଙ୍କ ନିକଟରୁ ଠକି ନେଇଥିବା ଟଙ୍କା କୁ ଫେରସ୍ତ କରିବା ପାଇଁ ଦାବି କରିଛନ୍ତି l ଅଭିଯୋଗ ପରେ ନବରଙ୍ଗପୁର ପୋଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଛି ।

Related posts

ମୟୂରଭଞ୍ଜକୁ ଆଜିଠାରୁ ଛୁଇଁଛି ପହିଲି ଶୀତ

Odisha Halchal

ଗୁମା ଘାଟିରେ ମର୍ମାନ୍ତୁଦ ଦୁର୍ଘଟଣା

Odisha Halchal

ରେଳ ଲାଇନରେ କଲେଜ ଛାତ୍ରୀଙ୍କ ରାସଲୀଳା

Odisha Halchal

Leave a Comment