ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆସୁଛି ସମ୍ଭାବ୍ୟ ବାତ୍ୟା, ଓଡିଶା ଉପକୂଳରେ ହିଟ୍ ନେଇ ଅଧିକାଂଶ ମଡେଲର ଆକଳନ

ଆସୁଛି ସମ୍ଭାବ୍ୟ ବାତ୍ୟା, ଓଡିଶା ଉପକୂଳରେ ହିଟ୍ ନେଇ ଅଧିକାଂଶ ମଡେଲର ଆକଳନ

ଆସୁଛି ସମ୍ଭାବ୍ୟ ବାତ୍ୟା । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ । ବାତ୍ୟା ସମ୍ଭାବନା ନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ ଚିତ୍ର । ତେବେ ୫ ତାରିଖରୁ ବଙ୍ଗୋପସାଗରରେ ପାଗ ବଦଳିବ ।

ଲଘୁଚାପ ହେବା ପରେ ଲ୍ୟାଣ୍ଡଫଲର ଡେଷ୍ଟିନେସନ ଜଣାପଡିବ । ତେବେ ଓଡିଶା ଉପକୂଳରେ ହିଟ୍ ନେଇ ଅଧିକାଂଶ ମଡେଲ ଆକଳନ କରିଛନ୍ତି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଲଘୁଚାପ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ ମାସରେ ବଙ୍ଗୋପସାଗରରେ ବାତ୍ୟା ହେଉଛି । ଆଉ ଏବେ ପୁଣି ମେ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାରୁ ବାତ୍ୟା ଆଶଙ୍କା ବଢିବାରେ ଲାଗିଛି ।

Related posts

ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

Odisha Halchal

ଗାଁ କୁ ଚାଲ କାର୍ଯ୍ୟକ୍ରମ

Odisha Halchal

ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Odisha Halchal

Leave a Comment