29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଆସନ୍ତା ୧୨ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୨ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିର୍ବାଚନୀ ପ୍ରଚାର କରିବେ ବୋଲି ସୂଚନା ମିଳିଥିଲା । ୬ ଜିଲ୍ଲା ପରିଷଦ, ଗୋଟିଏ ଏନଏସିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ପିପିଲି ଦଖଲ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି । ବିଜେଡି ବହୁମତ ପାଇ ପୁଣି ଥରେ ପିପିଲି ଦଖଲ କରିବ ବୋଲି ଆଶାବାଦୀ ଥିବାବେଳେ ବିଜେପିର ଗଡ ଭାଙ୍ଗି ପିପିଲିରେ ପରିବର୍ତ୍ତନର ଧ୍ଵଜା ଉଡାଇବ ବୋଲି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଅଜିତ ମଙ୍ଗରାଜ ଅସୁସ୍ଥ ହୋଇ ପଡିବା ପରେ କଂଗ୍ରେସ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ । ସେପଟେ ଏବେ ମଧ୍ୟ ଘର ସଜଡା କାମରେ ଲାଗିଛି କଂଗ୍ରେସ । ତିନି ପ୍ରମୁଖ ଦଳର ହେଭିଓ୍ଵେଟ ନେତା ପିପିଲି ରେ ପ୍ରଚାର କରି ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ନେତା ସୁରେଶ ରାଉତରାୟ ପିପିଲି ମଙ୍ଗଳପୁର, ଦୁର୍ଗାଦାସପୁର, ଚନ୍ଦ୍ରାଦେଇପୁର ଆଦି ପଞ୍ଚାୟତରେ ଦଳ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ପିସିସି ସଭାପତି ନିରଜଂନ ପଟ୍ଟାନାୟକ ଙ୍କ ସମେତ ପ୍ରଚାର ତାଲିକାରେ ଥିବା ଷ୍ଟାର ପ୍ରଚାରକ ମହମ୍ମଦ ମୋକିମ, ପ୍ରଦୀପ ମାଝି ପିପିଲି ରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିବା ସହିତ ଦଳୀୟ ଅସନ୍ତୁଷ୍ଟ ନେତାଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments