ଖେଳଦେଶ ବିଦେଶନ୍ୟୁଜ୍

ଆରେ ଏ କ’ଣ, ଫାଇନାଲରେ ଜିତିବା ପରେ ମହିଳା ଫୁଟବଲର ନିଜର ଜର୍ସି ଖୋଲିଦେଲେ

ଆରେ ଏ କ’ଣ, ଫାଇନାଲରେ ଜିତିବା ପରେ ମହିଳା ଫୁଟବଲର ନିଜର ଜର୍ସି ଖୋଲିଦେଲେ

ଅନେକ ସମୟରେ ଖେଳ ପଡ଼ିଆରେ କିଛି ଖେଳାଳିଙ୍କ ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଥାଏ । କିଛି ଖେଳାଳି ବିଜୟୋଲ୍ଲାସରେ ସବୁକିଛି ଭୁଲି ଯାଇଥାନ୍ତି । ନିକଟରେ ବିଜୟ ଖୁସିକୁ ମନାଇବାକୁ ଯାଇ ଜଣେ ମହିଳା ଖେଳାଳି ନିଜର ଜର୍ସି ଉତାରିବାକୁ ପଛାଇ ନାହାନ୍ତି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ସେ ନିଜର ଜର୍ସି ଖୋଲିବା ପରେ ପଡ଼ିଆରେ ସାରା ଘୁରି ବୁଲିଥିଲେ ।

ତେବେ ଏପରି କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ଇଂଲଣ୍ଡର ଜଣେ ଫୁଟବଲ ଖେଳାଳି କ୍ଲୋଇ କେଲି । ମହିଳା ୟୁରୋ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଇଂଲଣ୍ଡ ଓ ଜର୍ମାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚଟି ଅନ୍ତିମ ସମୟ ପର୍ଯ୍ୟନ୍ତ ୧-୧ ସ୍ଥିତିରେ ରହିଥିଲା । ମାତ୍ର କେଲି ଏହି ସମୟରେ ଏକ ଶାନଦାର ଗୋଲ ଦେଇ ଇଂଲଣ୍ଡକୁ ୟୁରୋ କପ୍ ଚାମ୍ପିୟନ କରାଇଥିଲେ ।

ଇଂଲଣ୍ଡ ୨-୧ରେ ଜିତିବା ଖୁସିରେ କେଲି ସବୁ କିଛି ସତେ ଯେମିତି ଭୁଲି ଯାଇଥିଲେ । ସେ ସଙ୍ଗେ ସଙ୍ଗେ ୮୭ ହଜାର ଦର୍ଶକ ଉପସ୍ଥିତ ଥିବା ଷ୍ଟାଡିୟମ ମଝିରେ ନିଜର ଜର୍ସି ଖୋଲି ଦେଇ କେବଳ ଅନ୍ତଃବସ୍ତ୍ର ପିନ୍ଧି ଖୁସି ମନାଇଥିଲେ । ଅଧିକାଂଶ ସମୟରେ ପୁରୁଷ ଫୁଟବଲରମାନେ ବିଜୟ ନିଜର ଜର୍ସି ଖୋଲିବାର ଅନେକ ଉଦାହରଣ କରିଛି । ୧୯୯୯ ବିଶ୍ୱକପ ଫାଇନାଲରେ ଜିତିବା ପରେ ଆମେରିକା ବ୍ରେଡୀ ଚେଷ୍ଟେନ ଏପରି ଜଶ୍ନ ମନାଇଥିଲେ । ତେବେ କେଲିଙ୍କର ଜର୍ସି ଖୋଲିବା ଓ ଖୁସି ମନାଇବାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।

Related posts

ଜୁଈରେ ଜଳୁଛି ସ୍ତ୍ରୀର ଚିତା, ସ୍ୱାମୀ ଫେରାର

Odisha Halchal

ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ସଜବାଜ

Odisha Halchal

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

Odisha Halchal

Leave a Comment