ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଆମେରିକୀୟ ବାୟୁସେନାରେ ତିଲକ ଲଗାଇ ଡ୍ୟୁଟି କରିପାରିବେ ଭାରତୀୟ ମୂଳ ନିବାସୀ

ଆମେରିକାର ବାୟୁସେନା ଭାରତୀୟ ମୂଳ ନିବାସୀ ଜଣେ ବ୍ୟକ୍ତିଙ୍କୁ ଡ୍ୟୁଟି ସମୟରେ ତିଲକ ଲଗାଇବାକୁ ଅନୁମତି ଦେଇଛି । ମଂଜୁରୀ ମିଳିବା ପରେ ବ୍ୟକ୍ତି ଜଣକୁ ବହୁତ ଖୁସି ଅନୁଭବ କରିଛନ୍ତି । ଏଥି ପାଇଁ ସେ ଆମେରିକୀୟ ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି ।

ଆମେରିକୀୟ ବାୟୁସେନାରେ ମୁତୟନ ଭାରତୀୟ ମୂଳ ନିବାସୀ ଏୟାରମ୍ୟାନ୍ ଦର୍ଶନ ଶାହ ଦୀର୍ଘ ଦିନର ଲଢ଼େଇ ପରେ ଏହି ବିଜୟ ହାସଲ କରିଛନ୍ତି । ଦର୍ଶନ ଶାହ ଆମେରିକୀୟ ବାୟୁସେନାରେ ଡ୍ୟୁଟି ସମୟରେ ତିଲକ ଲଗାଇବାକୁ ଅନୁମତି ମାଗିଥିଲେ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ବିଶ୍ୱବ୍ୟାପୀ ତାଙ୍କୁ ଅନ୍‌ଲାଇନ୍‌ରେ ସମର୍ଥନ ମିଳିଥିଲା ।

ଶାହ କହିଛନ୍ତି ଯେ, ତାଙ୍କର ବନ୍ଧୁ ଟେକସାସ, କାର୍ଲିଫୋର୍ଣ୍ଣିଆ, ନ୍ୟୁଜର୍ସ ଓ ନ୍ୟୁୟର୍କରୁ ତାଙ୍କୁ ଓ ତାଙ୍କର ମା’-ବାପାଙ୍କୁ ମେସେଜ କରି ଅଭିନନ୍ଦନ ଜଣାଇଛନ୍ତି । ସମସ୍ତେ କହୁଛନ୍ତି ଯେ, ଆମେରିକା ବାୟୁସେନାର ଏହି ନିଷ୍ପତ୍ତି ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ଶାହ ନିଜେ ମଧ୍ୟ କଳ୍ପନା କରି ନଥିଲେ ଯେ, ସେ ତାଙ୍କର ଅଧିକାର ପାଇପାରିବେ ।

Related posts

ଚାଲାଣ ସମୟରେ ମ୍ୟାକ୍ସ ପିକ୍ ଅପ ସହ ୧୦୮୯ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

Odisha Halchal

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମନୋନୀତଶିଶୁ କଳାକାରଙ୍କ ଅକାଳ ମୃତ୍ୟୁ

Odisha Halchal

ନୟାଗଡରେ ମୃଦୁ ଭୂମିକମ୍ପ, ୫ ସେକେଣ୍ଡ ଲେଖାଏଁ ଦୁଇଥର ଭୂମିକମ୍ପ ଅନୁଭୂତ

Odisha Halchal

Leave a Comment