ଅପରାଧଓଡ଼ିଶା ଖବରନ୍ୟୁଜ୍

ଆନ୍ଧ୍ରର ଆଉ ଏକ ଚାଲ୍: ଓଡ଼ିଆକୁ ଆଦିବାସୀ ଭାଷା କହି ଦେଲା ମାନ୍ୟତା

ଆନ୍ଧ୍ରର ଆଉ ଏକ ଚାଲ୍ ଓଡ଼ିଆକୁ ଆଦିବାସୀ ଭାଷା କହି ଦେଲା ମାନ୍ୟତା

ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀଠାରେ ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ଛଅଟି ଆଦିବାସୀ ଭାଷାରୁ ତେଲୁଗୁ ଓ ଇଂରାଜୀ ଶିଖିବା ପାଇଁ ଉପଯୋଗୀ ପୁସ୍ତକର ଉନ୍ମୋଚନ କରିଥିବା ଆନ୍ଧ୍ରପ୍ରଦେଶର ଗଣମାଧ୍ୟମରେ ପ୍ରସାର ଘଟିଥିଲା। ଓଡ଼ିଶା ସୀମାନ୍ତରେ ପ୍ରଚଳିତ ସଉରା ଓ କୁଇ ଭଳି ଆଦିବାସୀ ଭାଷାରେ ଏହି ପୁସ୍ତିକା ରଚନା ହୋଇଥିବା ବେଳେ ଓଡ଼ିଆ ଭାଷାକୁ ମଧ୍ୟ ଏକାଆଦିବାସୀ ଭାଷା ଭାବେ ପରିଗଣିତ କରି ଓଡ଼ିଆ ଜାଣିଥିବା ପିଲାମାନେ କିପରି ସହଜରେ ତେଲୁଗୁ ଶିଖି ପାରିବେ ସେ ଦିଗରେ ଚେଷ୍ଟା କରି ସ୍ବତନ୍ତ୍ର ପୁସ୍ତକ ପ୍ରକାଶିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ ଭଳି ସୀମାବର୍ତ୍ତୀ ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ଏହି ପୁସ୍ତକ ଗୁଡ଼ିକର ପ୍ରଚଳନ କରିବା ପାଇଁ ପ୍ରସ୍ତୁତି ଜୋର ଧରିଥିବା ବେଳେ ଆନ୍ଧ୍ର ପ୍ରଦେଶର ଏପରି ପଦକ୍ଷେପକୁ ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଘୋର ନିନ୍ଦା କରି କିଛି ବର୍ଷ ପୂର୍ବେ ଆଦିବାସୀ ଭାଷା ଗବେଷକ ଗୋବର୍ଦ୍ଧନ ପଣ୍ଡାଙ୍କ ରଚିତ କୁଇ – ଓଡ଼ିଆ ପୁସ୍ତକର ପୁନଃମୁଦ୍ରଣ ଆମ କୋଟିଆ ସଂଗଠନ ଦ୍ଵାରା କରାଇ କୋଟିଆ ପଞ୍ଚାୟତରେ ବାଣ୍ଟିବା ଆରମ୍ଭ କରିଥିବା ଜଣାଇଛନ୍ତି।

ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପଦ୍ମଶ୍ରୀ ବାବା ବଳିଆଙ୍କ କରକମଳରେ ଉନ୍ମୋଚିତ ହୋଇଥିବା ଏହି ପୁସ୍ତକଗୁଡ଼ିକୁ ଏହି ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ତଥା ପିଲାମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ ହୋଇଥିଲେ ହେଁ ଆନ୍ଧ୍ର ସରକାରଙ୍କ ପ୍ରବଳ ଇଚ୍ଛାଶକ୍ତିକୁ ଆଧାର କରି ତେଲୁଗୁ ଶିଖାଇବା ପାଇଁ ଓଡ଼ିଆ ଓ କୁଇ ଭାଷାରେ ଲିଖିତ ପୁସ୍ତକକୁ ବାଣ୍ଟିବାର ସ୍ରୋତ ସାମନାରେ ଏହା କେବଳ ଏକ ଗୁଣ୍ଡୁଚି ମୂଷାର ପ୍ରୟାସ ବୋଲି ଶ୍ରୀ ପରିଡ଼ା ମତ ରଖିଛନ୍ତି। ଓଡ଼ିଶା ସରକାର ଆନ୍ଧ୍ରର ଏହି ମୁକ୍ତ ଚାଲେଞ୍ଜକୁ ସାମନା କରି ତୁରନ୍ତ କୋଟିଆ ପଞ୍ଚାୟତ ଅଞ୍ଚଳରେ ଓଡ଼ିଆ ଭାଷା ର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ ରହିଛି ବୋଲି ମତ ରଖିଛନ୍ତି। ଆମ କୋଟିଆ ସଂଗଠନର ପ୍ରୟାସରେ ପୁନଃ ମୁଦ୍ରଣ ହୋଇଥିବା ଏହି ପୁସ୍ତକଗୁଡ଼ିକ କୋଟିଆ ଅଞ୍ଚଳରେ ଓଡ଼ିଆ ଓ କୁଇ ଭାଷାର ସୁରକ୍ଷା ଦିଗରେ ଉପଯୋଗୀ ହେବ ବୋଲି ଏହି ପୁସ୍ତକର ଲେଖକ ଗୋବର୍ଦ୍ଧନ ପଣ୍ଡା କହିଛନ୍ତି।

Related posts

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

Odisha Halchal

କିଭ୍‌ରେ ରୁଷିଆ ସେନାର ଗୁଳିବର୍ଷା

Odisha Halchal

ମାଛ ଜଳରେ ମହାଦେବ

Odisha Halchal

Leave a Comment