29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଅପରାଧ ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

ଚିତ୍ରକୂଟ: ହାଥରସ ଘଟଣା ମନରୁ ଲିଭିନଥିବାବେଳେ ଉତ୍ତରପ୍ରଦେଶର ଚିତ୍ରକୂଟରୁ ପୁଣି ଆସିଛି ଏକ ହୃଦୟ ବିଦାରକ ଖବର। ହାତବାନ୍ଧି ବସିବାରୁ ଏଠାରେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ଗଣଦୁଷ୍କର୍ମ ପରେ ଏହି ୧୫ ବର୍ଷର ଦଳିତ ନାବାଳିକା ନିଜ ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମାମଲା ରୁଜୁ ନହେବା ଯୋଗୁଁ ନାବାଳିକା ଜଣକ ମାନସିକ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆସିବା ପରେ ମାମଲା ସରଗରମ ହୋଇଛି। ନେତାମାନଙ୍କର ଗାଁ’କୁ ଗସ୍ତ ଆରମ୍ଭ ହୋଇଯାଇଛି। ବୁଧବାର ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡ଼ିତାଙ୍କ ଗାଁ’ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ, ଏହି ୧୫ ବର୍ଷୀୟ ନାବାଳିକା ମଣିକପୁର ଅଞ୍ଚଳରେ ନିଜ ଘରେ ହିଁ ମଙ୍ଗଳବାର ଫାଶୀ ଲଗାଇଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ ସହ ୩ଜଣ ଜଙ୍ଗଲରେ ଅକ୍ଟୋବର ୮ତାରିଖରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ୩ଜଣ ଅଭିଯୁକ୍ତ କିଶନ ଉପାଧ୍ୟାୟ, ଆଶିଷ ଏବଂ ସତୀଶକୁ ଗିରଫ କରାଯାଇଛି। ଅଭିଯୁକ୍ତ କିଶନ ଉପାଧ୍ୟାୟ ଗାଁ ମୁଖିଆଙ୍କ ପୁଅ। ପୋଲିସ୍ କହିବାନୁସାରେ ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ଅଭିଯୋଗରେ କୌଣସି ଶୁଣାଣି ହେଉନଥିବାରୁ ସେ ଜୀବନ ହାରିଛନ୍ତି। ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡ଼ିତାଙ୍କ ହାତ ଗୋଡ଼ ବାନ୍ଧି ଫେରାର ହୋଇଯାଇଥିଲେ ଏବଂ ପୋଲିସ୍ ହିଁ ତାଙ୍କୁ ଘରକୁ ଆଣିଥିଲା। କିନ୍ତୁ ମାମଲା ରୁଜୁ କରିନଥିଲା। ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ତରଫରୁ କୌଣସି ଅଭିଯୋଗ ଦିଆଯାଇନଥିଲା ବୋଲି ପୋଲିସ ବେପରୁଆ ଭାବେ କହିଛି।

ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ଜଣାପଡ଼ିନାହିଁ। ଏବେ ସାମ୍ପଲ୍ ଫରେନସିକ ଯାଞ୍ଚ ପାଇଁ ପଠାଯିବ। ଏହି ଘଟଣା ପରେ ବହୁ ଲୋକ ପୀଡ଼ିତଙ୍କ ପରିବାର ନିକଟରେ ପହଞ୍ଚୁଛନ୍ତି। ନେତାଙ୍କ ବ୍ୟତୀତ ଦଳିତ ସଙ୍ଗଠନର ଲୋକ ମଧ୍ୟ ଗାଁ’ରେ ପହଞ୍ଚୁଛନ୍ତି। ଫଳରେ ସେଠାରେ ଖୁବ୍ ହଇଚଇ ସୃଷ୍ଟି ହୋଇଛି। ତେଣୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments