ଓଡ଼ିଶା ଖବରନ୍ୟୁଜ୍

ଆଜି ପବିତ୍ର ମହାଶିବରାତ୍ରି; କରନ୍ତୁ ନାହିଁ ଏହି ୬ଟି କାମ, ଶିବଲିଙ୍ଗ ଉପରେ ଚଢ଼ାନ୍ତୁନି ଏହି ଜିନିଷ

ଆଜି ପବିତ୍ର ମହାଶିବରାତ୍ରି; କରନ୍ତୁ ନାହିଁ ଏହି ୬ଟି କାମ, ଶିବଲିଙ୍ଗ ଉପରେ ଚଢ଼ାନ୍ତୁନି ଏହି ଜିନିଷ

ଆଜି ପବିତ୍ର ମହାଶିବରାତ୍ରୀ । ଏଥି ପାଇଁ ଭାରତର କୋଣ ଅଣୁକୋଣରେ ଥିବା ଶିବାଳୟ ଗୁଡ଼ିକରେ ଶିବ ପଞ୍ଚାକ୍ଷର ଓ ଶିବମନ୍ତ୍ରର ସ୍ୱର ଶୁଭୁଛି । ଫଗୁଣ ମାସ କୃଷ୍ଣ ପକ୍ଷ ଚତୁଦ୍ଦର୍ଶୀ ତିଥିରେ ମହାଶିବରାତ୍ରି ପାଳନ ହୋଇଥାଏ । ଏହି ଦିନ ଅନ୍ୟ ଦିନ ତୁଳନାରେ ଶିବ ମନ୍ଦିର ପରିସରେ ଏକ ଭିନ୍ନ ବାତାବରଣ ଦେଖିବାକୁ ମିଳିଥାଏ । କୁହାଯାଇଥାଏ ଯେ, ଭଗବାନ ଶିବଙ୍କ ଉପାସନା ପାଇଁ ଏହା ହେଉଛି ଶ୍ରେଷ୍ଠ ଦିନ । ସେଥିପାଇଁ କୋଟି କୋଟି ଲୋକ ଶିବରାତ୍ରି କରିଥାନ୍ତି । କିନ୍ତୁ ବ୍ରତଧାରୀ କିଛି ନିୟମ ପାଳନ କରିବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ଶିବରାତ୍ରି ପାଳନ କରିବେ କେମିତି?

-ପ୍ରଥମ କଥା ହେଲା ଶିବରାତ୍ରି ଦିନ ବ୍ରତଧାରୀ କଳା ପୋଷାକ ପିନ୍ଧନ୍ତୁ ନାହିଁ । ବ୍ରତ କରୁ ନଥିଲେ ବି ସ୍ନାନ ନ କରିବା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । କଳା କପଡ଼ା ପିନ୍ଧନ୍ତୁ ନାହିଁ । କାରଣ ଶିବରାତ୍ରି ଦିନ କଳା କପଡ଼ାକୁ ଅଶୁଭ ଦର୍ଶାଯାଇଥାଏ ।

-ଶିବରାତ୍ରି ଦିନ ଡାଲି, ଚାଉଳ ଓ ଗହମରୁ ପ୍ରସ୍ତୁତ ଖାଦ୍ୟ ନ ଖାଇଲେ ଭଲ । ବ୍ରତରେ କ୍ଷୀର ଓ ଫଳକୁ ଭୋଜନ ରୂପେ ଗ୍ରହଣ କରାଯାଇପାରିବ । ସୂର୍ଯ୍ୟସ୍ତ ପରେ ଖାଇବା ମନା ।

-ରାତିରେ ନ ଶୋଇଲେ ଭଲ । ରାତ୍ରି ଜାଗରଣ ସମୟରେ ଭଗବାନ ଶିବଙ୍କୁ ଧ୍ୟାନ କଲେ ଆଶୀର୍ବାଦ ମିଳିଥାଏ ।

-ଶିବଲିଙ୍ଗ ଉପରେ କେବେବି ତୁଳନୀ ପତ୍ର ଚଢ଼ାନ୍ତୁ ନାହିଁ । ଶିବଲିଙ୍ଗରେ ପ୍ୟାକେଟ କ୍ଷୀର ଚଢ଼ାଇ ଉଚିତ ନୁହେଁ । ରୁପା ଓ କଂସା ପାତ୍ରରେ କ୍ଷୀରାଭିଷେକ କରାଗଲେ ଭଲ ।

-ଭଗବାନ ଶିବଙ୍କୁ ଭୁଲରେ ବି କେତକୀ ଓ ଚମ୍ପା ଫୁଲ ନ ଚଢ଼ାନ୍ତୁ । କେତକୀ ଫୁଲ ଧଳା ହୋଇଥିଲେ ବି ଶିବଙ୍କର ପ୍ରିୟ ନୁହେଁ ।

-ଭଗବାନ ଶିବଙ୍କୁ ଖଣ୍ଡିଆ ଚାଉଳରେ ପୂଜା କରାଯାଏ ନାହିଁ । ଅତୁଟ ଚାଉଳ ହେଉଛି ପୂର୍ଣ୍ଣତାର ପ୍ରତୀକ । ତେଣୁ ଶିବଙ୍କୁ ଖଣ୍ଡିଆ ହୋଇ ନଥିବା ଚାଉଳରେ ପୂଜା କରାଯାଏ । ସେହିପରି ଶିବଙ୍କୁ ଖଣ୍ଡିଆ ବେଲପତ୍ର ଚଢ଼ାନ୍ତୁ ନାହିଁ ।

Related posts

ଆଦର୍ଶ ସ୍କୁଲ ର ଶିକ୍ଷାଦାନ ଆରମ୍ଭ

Odisha Halchal

ଆରମ୍ଭ ହେବ ହକି ମହାକୁମ୍ଭର ଟିକଟ ବିକ୍ରି

Odisha Halchal

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅକାଳ ପିଣ୍ଟୁ ନନ୍ଦଙ୍କ ବିୟୋଗ

Odisha Halchal

Leave a Comment