ଓଡ଼ିଶା ଖବରନ୍ୟୁଜ୍

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ,ସ୍କୁଲ ପିଲାଙ୍କୁ ମିଳିଲା ତ୍ରାହି

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ,ସ୍କୁଲ ପିଲାଙ୍କୁ ମିଳିଲା ତ୍ରାହି

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଖରାର ପ୍ରକୋପ । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ କହିଥିବା ବେଳେ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଆଜି ରାଜ୍ୟର ୨୭ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଏହାରି ଭିତରେ ଆଜି ଠାରୁ ବନ୍ଦ ରାଜ୍ୟର ସମସ୍ତ ସ୍କୁଲ । ସରକାରୀ ଏବଂ ବେସରକାରୀ ସବୁ ସ୍କୁଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ।

୫ ଦିନ ଅର୍ଥାତ ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରହିବ । ରାଜ୍ୟରେ ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସୂଚନା ଦେଇଛି ।

ତେବେ ଏହି ସମୟ ମଧ୍ୟରେ ମାଟ୍ରିକ ଏବଂ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ଚାଲୁ ରହିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।

Related posts

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି

Odisha Halchal

ବି.ବି. ଛାଟୋଇ ନର୍ସିଂ କଲେଜରେ ଛାତ୍ରୀ ନିର୍ଯ୍ୟାତନା

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

Leave a Comment