ଓଡ଼ିଶା ଖବରନ୍ୟୁଜ୍

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ଏନେଇ ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି ।

ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,କନ୍ଧମାଳ,ମାଲକାନଗିରି,ରାୟଗଡ଼ା,କୋରାପୁଟ, ଗଜପତି,କେଉଁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରୀ କରାଯାଇଛି ।

ବର୍ଷା ସହ ୩୦ରୁ ୪୦ କିମି ବେଗରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କୌଣସି ପୂର୍ବାନୁମାନ କରିନି ।

୪ରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୬ ତାରିଖରେ ଏହା ଲଘୁଚାପ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । କିନ୍ତୁ ବାତ୍ୟା ହେବ କି ନା, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ହେବ ବୋଲି ପୂର୍ବାନୁମାନ ଦେଇଛନ୍ତି । ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବ ଓ ୧୦ତାରିଖରେ ସ୍ଥଳଭାଗ ଛୁଇଁବ ।

ଏକ ପାଣିପାଗ ମଡେଲ ଆଧାରରେ ସେ କହିଛନ୍ତି, ପ୍ରଥମ ଦୁଇ ଦିନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ । ଏବେସୁଦ୍ଧା ଏହାର ଗତିପଥକୁ ନେଇ ଅନିଶ୍ଚିତତା ରହିଛି। ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଆକଳନ ସ୍ପଷ୍ଟ କରିହେବ ବୋଲି ସେ କହିଛନ୍ତି ।

Related posts

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

Odisha Halchal

ଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମ

Odisha Halchal

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

Odisha Halchal

Leave a Comment