ଓଡ଼ିଶା ଖବରନ୍ୟୁଜ୍

ଆଗାମୀ ୩ ଦିନରେ ବୃଦ୍ଧି ପାଇବ ତାପମାତ୍ରା,ରାଜ୍ୟବାସୀଙ୍କୁ ସତର୍କ କରାଇଲେ SRC

ଆଗାମୀ ୩ ଦିନରେ ବୃଦ୍ଧି ପାଇବ ତାପମାତ୍ରା,ରାଜ୍ୟବାସୀଙ୍କୁ ସତର୍କ କରାଇଲେ SRC

ରାଜ୍ୟବ୍ୟାପି ଅସହ୍ୟ ତାତି ଜାରି ରହିଛି । ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାୱା ରାଜଧାନୀକୁ ଉତପ୍ତ କରି ଦେଇଛି । ସକାଳ ୯ଟା ପେର ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୩ ଦିନରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୫ ରୁ ୨୬ ଅପ୍ରେଲରେ ବଲାଙ୍ଗୀର, ବୌଦ୍ଧ, ଏବଂ ସୋନପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ସେହିପରି ୨୭ ଅପ୍ରେଲରେ ବଲାଙ୍ଗୀର, ବୌଦ୍ଧ, ସୋନପୁର,ମୟୁରଭଞ୍ଜ, କଳାହାଣ୍ଡିରେ ଏବଂ ୨୮ ତାରିଖରେ କଳାହାଣ୍ଡି,ବଲାଙ୍ଗିର,ସୋନପୁର,ବୌଦ୍ଧ ଏବଂ ମୟୁରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଚେତାବନୀ ଜାରି କରାଯାଇଛି ।

ଆସନ୍ତା ୮/୯ ଦିନ ପର୍ଯ୍ୟନ୍ତ ଏମିତି ଅସମ୍ଭାଳ ତାତି ଜାରି ରହିବ । ଗ୍ରୀଷ୍ମ ପ୍ରବାହ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି ।

ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଭିତରେ ପଦାକୁ ବାହାରିବାକୁ ଥିଲେ ଘରୁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

Related posts

ମହାକାଳପଡ଼ା ରେ ଠିକାଦାର ଜେଇ ସରକାର

Odisha Halchal

ସତର୍କ କଲେ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ

Odisha Halchal

ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଙ୍କ ବିଶାଳ ଗଣ ଧାରଣା

Odisha Halchal

Leave a Comment