ଓଡ଼ିଶା ଖବରନ୍ୟୁଜ୍

ଆକର୍ଷଣ କରୁଛି ବହୁ ପ୍ରତୀକ୍ଷିତ ପ୍ରମୋଦ ଉଦ୍ୟାନ ପାର୍କ

ଆକର୍ଷଣ କରୁଛି ବହୁ ପ୍ରତୀକ୍ଷିତ ପ୍ରମୋଦ ଉଦ୍ୟାନ ପାର୍କ

ରାୟଗଡା :-(ରିପୋର୍ଟ-ପ୍ରସାଦ ସାହୁକାର )ମୁନିଗୁଡା ବ୍ଲକ ସଦର ମହକୁମା କ୍ଲଷ୍ଟର ହାଉସ ସମ୍ମୁଖରେ ବହୁ ପ୍ରତୀକ୍ଷିତ ପାର୍କ ବହୁ ଅର୍ଥ ଵ୍ୟୟରେ ।ଆଜି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। ଵିଜୁଜନତା ଦଳ ବ୍ଲକ ସଭାପତି ଶ୍ରୀ ରତନ ଲାଲ ଜୈନ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ।

ମୁନିଗୁଡା ବାସୀଙ୍କ ଦୀର୍ଘ ଦିନର ଦାବି ଥିଲା ଏଠାରେ ଏକ ପ୍ରମୋଦ ଉଦ୍ୟାନ ପାର୍କ ନିର୍ମାଣ, ଆଜି ତାହା ମନ୍ତ୍ରୀ ଶ୍ରୀଯୁକ୍ତ ସାରକାଙ୍କ ଦ୍ଵାରା ସଫଳ ହୋଇପାରିଛି, ଏଵେ ଇଭିନିଙ୍ଗ ଓ ମର୍ଣିଙ୍ଗ୍ ୱାକ୍ ରେ ଏ ସମସ୍ତ ଵ୍ୟାୟମ ଉପକରଣକୁ ଜନସାଧାରଣ ଉପଭୋଗ କରିପାରିଵେ। ପରମୂହୂର୍ତ୍ତରେ ବିଭିନ୍ନ ପ୍ରକାରର ଫୁଲ ଏବଂ ସାଜସଜା କରାଯିବ। ପାର୍କ ଭିତରେ ବିଭିନ୍ନ ରକମର ବ୍ୟାୟମ ଉପକରଣ ସାଙ୍ଗକୁ ସମ୍ମୁଖରେ ଆଇ ଲଭ ମୁନିଗୁଡା ଵେଶ ଵାଟୋଇଙ୍କୁ ଆକର୍ଷିତ କରିପାରିଵ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲାପରିଷଦ ଉପାଦକ୍ଷ ସନ୍ତୋଷ ସୁନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡୃକା, ଵିଜେଡି ଜିଲ୍ଲା ଜୁବ ସମ୍ପାଦକ ଶ୍ରୀ ଧିରେନ୍ଦ୍ର ପାଣିଗ୍ରାହୀ, ପ୍ରାକ୍ତନ ଏସି ଏସଟି ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନୁଣ୍ଡୃକା, ବିଜେଡି ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ, ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡି ନେତା ଶ୍ରୀ ପୂର୍ଣ୍ଣ ଗୌଡଙ୍କ ଦୀର୍ଘଦିନର ପାର୍କ ପ୍ରତିଷ୍ଠା ପାଇଁ ଯେଉଁ ପ୍ରଚେଷ୍ଟା ଜାରି ରଖିଥିଲେ ଆଜି ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ଓ ସୁଧିର ଦାସଙ୍କ ପାଇଁ ସମ୍ଭଵ ହୋଇପାରିଛି, ସେଥିପାଇଁ ଶ୍ରୀ ଗୌଡ ମୁନିଗୁଡା ବାସୀଙ୍କ ପକ୍ଷରୁ ନେତା ଦ୍ବୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related posts

ନାଏବ ସରପଞ୍ଚ ନିର୍ବାଚନକୁ ନେଇ ହିଂସା, ୪ ୱାର୍ଡମେମ୍ବରଙ୍କୁ ଅପହରଣ ଅଭିଯୋଗ

Odisha Halchal

ଜ୍ୟାକଲିନ୍‌ଙ୍କୁ ନେଇ ସୁକେଶର ବଡ଼ ଖୁଲାସା

Odisha Halchal

ପ୍ରଥମେ ଲିପ୍ଟ ପରେ ଲୁଟ୍‌, ଭୁଜାଲିରେ ହାଣି ଲୁଟିନେଲେ ୨୫ ହଜାର ଟଙ୍କା

Odisha Halchal

Leave a Comment