Thursday, September 29, 2022
Homeଖେଳଆଇପିଏଲ ୨୦୨୨ : ଏକାଠି ଅଭ୍ୟାସ କଲେ ଧୋନୀ-କୋହଲି, ଫଟୋ ଭାଇରାଲ

ଆଇପିଏଲ ୨୦୨୨ : ଏକାଠି ଅଭ୍ୟାସ କଲେ ଧୋନୀ-କୋହଲି, ଫଟୋ ଭାଇରାଲ

ଶନିବାରଠୁ ଆରମ୍ଭ ହେବ ଆଇପିଏଲ । ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ନଜର ଆସିଛନ୍ତି ।

ଶୁକ୍ରବାର ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାଠି ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଭାଇରାଲ ପରେ ଫ୍ୟାନମାନେ ଖୁବ୍ ପ୍ରଶଂସା କରିଛନ୍ତି ।\
ବିରାଟ ଓ ଧୋନୀ ଦୀର୍ଘ ୧୦ ବର୍ଷ ଏକାଠି କ୍ରିକେଟ୍ ଖେଳିଥିଲେ । କୋହଲି ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆରେ ପଦାର୍ପଣ କରିଥିଲେ । ୨୦୧୫ରେ କୋହଲି ଟେଷ୍ଟ୍ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ଏହାପରେ ଜାନୁଆରୀ ୨୦୧୭ରେ ଦିନିକିଆର ଭାର ସମ୍ଭାଳିଥିଲେ ।

ସୂଚନାଯୋଗ୍ୟ, ସିଏସକେ ଓ ଆରସିବି ଗ୍ରୁପ୍ ବିରେ ରହିଛନ୍ତି । ଉଭୟ ଦୁଇଥର ମୁହାଁମୁହିଁ ହେବେ । ଏପ୍ରିଲ ୧୨ରେ ଉଭୟ ଦଳ ପ୍ରଥମ ଥର ସାମ୍ନାସାମ୍ନି ହେବେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର