ଓଡ଼ିଶା ଖବରନ୍ୟୁଜ୍

ଅଶାନ୍ତ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଓଲଟିଲା ଡ଼ଙ୍ଗା

ଅଶାନ୍ତ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଓଲଟିଲା ଡ଼ଙ୍ଗା

ସମ୍ଭାବ୍ୟ ବାତ୍ୟା “ଅସାନୀ”କୁ ନେଇ ଏବେ ଅଶାନ୍ତ ରହିଛି ସମୁଦ୍ର । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏହାକୁ ହେୟଜ୍ଞ୍ୟାନ କରି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ମାଛ ଧରିବାକୁ ଯାଇ ୬୦ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିଲେ ।

ହେଲେ କୂଳ ପାଖରେ ଏପରି ଘଟଣା ଘଟିଥିବା ବେଳେ ଭାଗ୍ୟ ବସତଃ ପହଂରି ପହଂରି ପଳାଇ ଆସିଥିଲେ । ମାଛମାରି ୬ଟି ଡ଼ଙ୍ଗାରେ ଫେରୁଥିଲେ ସମସ୍ତ ମତ୍ସ୍ୟଜୀବୀ ।

ହେଲେ ସମୁଦ୍ର ଅଶାନ୍ତ ଥିବାରୁ ଏପରି ଘଟଣା ଘଟିଥିଲା । ଏହା ଯୋଗୁଁ ମାଛ,ଡ଼ଙ୍ଗା,ଜାଲ ସବୁକିଛି ସମୁଦ୍ର ଭିତରେ ବୁଡ଼ି ଭାସିଯାଇଛି ।

Related posts

ଚାକିରୀ ଦେବା ନାମରେ ଚାଲିଛି ନକଲି ସାମ୍ବାଦିକଙ୍କ ଠକ ରାକେଟ

Odisha Halchal

ଜମିବାଡ଼ିକୁ ନେଇ ମହାଭାରତ

Odisha Halchal

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

Odisha Halchal

Leave a Comment