ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅଳ୍ପକେ ବର୍ତିଲେ ମନ୍ତ୍ରୀ – ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଅଳ୍ପକେ ବର୍ତିଲେ ମନ୍ତ୍ରୀ

କନ୍ଧମାଳ (ଓଡିଶା ହାଲଚାଲ) : ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଘଟିଲା ଏହି ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ଭେଟ୍‌ କୋଲ୍‌ ଘାଟି ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିଲେ । ହେଲେ ଭେଟ୍‌ କୋଲ୍‌ ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଗାଡ଼ି ରାସ୍ତା କଡ଼କୁ ଖସିଯାଇଥିଲା ।

ମନ୍ତ୍ରୀ ପ୍ରତାପ ଜେନା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏବେ ଯାଏଁ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Related posts

ଦଳୀୟ କନ୍ଦଳ ଯୋଗୁଁ କ୍ଷମତା ହରାଉଛି କଂଗ୍ରେସ

Odisha Halchal

କେନ୍ଦୁଝରରେ ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ନିର୍ଧୁମ ଛେଚିଲେ

Odisha Halchal

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

Odisha Halchal

Leave a Comment