ଅପରାଧଓଡ଼ିଶା ଖବରନ୍ୟୁଜ୍

ଅମାପ ସମ୍ପତ୍ତି ର ମାଲିକ ଅଧିକ୍ଷଣ ଯନ୍ତ୍ରୀ

ମାଲକାନଗିରି ରୁ କ୍ରିଷ୍ଣପଦୋ ରାୟ ଙ୍କ ରିପୋର୍ଟ – ଅମାପ ସମ୍ପତ୍ତି ର ମାଳିକ……. ଯନ୍ତ୍ରୀ। ଭିଜିଲାନ୍ସ ତରଫରୁ କୋଟି କୋଟି ଟଙ୍କା ର ସମ୍ପତ୍ତି ଜବତ୍।  ଦ୍ଵିତୀୟ ଦିନ ରେ ବି ସରୁନି ଭିଜିଲାନ୍ସର ଖୋଳତାଡ଼।

ଗତକାଲି ମାଲକାନଗିରି ଜିଲ୍ଲା ସଦରମହକୁମାର ଡିସିବି ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଦୁର୍ନୀତି ନିବାରଣ ବୁଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କ ପାଖରୁ 10 ଲକ୍ଷ ଟଙ୍କା ଜବତ କରିଥିଲେ ଏବଂ ଆଜି ଦ୍ଵିତୀୟ ଦିନର ଖୋଲତାଡ଼ ପରେ
ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହୋଉଛି ଟଙ୍କା ଓ ସୁନା ଗହଣା। ପ୍ରାୟ ୫ କୋଟି ରୁ ଉର୍ଧ ଟଙ୍କା ର ଅସ୍ତାବ ସମ୍ପତି ଠାବ।
ବିଭିନ୍ନ ବ୍ଯାଙ୍କ ଆକାଉନ୍ଟ ରେ ଅଢେଇ କୋଟି। ନିଜ ତଥା ଠିକାଦାରଙ୍କ ଘରୁ ୨୧ ଲଷ ୭୫ ହଜାର ଜବତ।

ଠିକାଦର ଓ ନିଜ ଘରୁ ୬୦୦ ଗ୍ରାମ ସୁନା ।୫୦ ଲକ୍ଷ ଟଙ୍କା ର ବିମା। ୪୦ ଲଷ ଟଙ୍କା ର ୟୁଟିଆଇ ବଣ୍ଡ।  ୫୦ ଲକ୍ଷ ଟଙ୍କା ର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ। ମାଲକାନଗିରି ଓ କେଉଁଝର ପରି ବିଭିନ୍ନ ସ୍ଥାନରେ ବ୍ଯାଙ୍କ ଲକର। କଟକ ରେ ଗୋଟିଏ ଫ୍ଲାଟ। ଏବେ ମଧ୍ଯ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି ରହିଥିବା ଏନେଇ ମାଲକାନଗିରି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି

Related posts

ବଜେଟ @୨୦୨୨: ୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ

Odisha Halchal

ଶସ୍ତା ହେବ ଖାଇବା ତେଲ ! ଆମଦାନୀ ଶୁଳ୍କକୁ ଆହୁରି ହ୍ରାସ କରିବା ଯୋଜନାରେ ସରକାର

Odisha Halchal

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

Odisha Halchal

Leave a Comment