ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଭିନବ ଉପାୟରେ ଗୋମାଂସ ଚାଲାଣ

ଅଭିନବ ଉପାୟରେ ଗୋମାଂସ ଚାଲାଣ

ଅଭିନବ ଉପାୟରେ ଗୋମାଂସ ଚାଲାଣ । ମିଠା ପ୍ୟାକେଟ ପରି ଗୋମାଂସ ପ୍ୟାକିଂ କରି କଲିକତାରୁ ଚେନ୍ନାଇକୁ ହେଉଥିଲା ଚାଲାଣ । ଚାଲାଣକାରୀଙ୍କୁ ଧରିଲେ ସ୍ଥାନୀୟ ଲୋକେ । ଏପରି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ।

ସୂଚନାନୁସାରେ, ଭୁବନେଶ୍ୱର କାଇମାଟିଆ ଦେଇ ଅଭିନବ ଉପାୟରେ ଗୋମାଂସ ଚାଲାଣ ହେଉଥିଲା । ଖବର ପାଇ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା ଚାଲାଣ ହେଉଥିବା କଣ୍ଟେନରକୁ ଅଟକ ରଖିଥିଲେ । ଏକ ୧୨ ଚକିଆ କଣ୍ଟେନରରେ ଏସବୁ ଚାଲାଣ ହେଉଥିଲା ।

କଣ୍ଟେନରରୁ ଖୋଲି ଦେଖିବା ପରେ ପ୍ୟାକଟରେ ଗୋ ମାଂସ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ତେବେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

Related posts

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍, ରବିବାର ପୁଣି ବଢିଲା ଦାମ୍

Odisha Halchal

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

Odisha Halchal

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା

Odisha Halchal

Leave a Comment