ଓଡ଼ିଶା ଖବରନ୍ୟୁଜ୍

ଅଫିସ୍‌ ଯିବା ବେଳେ ସ୍କୁଟିରୁ ଖସି ପଡ଼ିଲେ ଯୁବତୀ, ବସ୍‌ ଧକ୍କାରେ ଚାଲିଗଲା ଜୀବନ

ଅଫିସ୍‌ ଯିବା ବେଳେ ସ୍କୁଟିରୁ ଖସି ପଡ଼ିଲେ ଯୁବତୀ, ବସ୍‌ ଧକ୍କାରେ ଚାଲିଗଲା ଜୀବନ

ସ୍କୁଟିରୁ ଖସି ପଡିଲେ ଯୁବତୀ l ବସ ଚକାତଳେ ଚାଲିଗଲା ଜୀବନ l ମୃତ ଯୁବତୀ ଜଣକ ଟାଙ୍ଗୀ ଅଞ୍ଚଳର ମୋହିନୀ ବେହେରା l ସକାଳୁ ସକାଳୁ ନିଜ ସ୍କୁଟି ଯୋଗେ କଟକ ସ୍ଥିତ ଅରୁଣଦୟ ମାର୍କେଟରେ ଥିବା ଅଫିସକୁ ଯାଉଥିଲେ ମୋହିନୀ ।

ଏହି ସମୟରେ ମଙ୍ଗୁଳି ସ୍ଥିତ ବିରୂପା ବ୍ରିଜ ଉପରେ ଚଣ୍ଡିଖୋଲରୁ କଟକ ଆସୁଥିବା ବସ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବତୀଙ୍କ ଜୀବନ ଚାଲିଯାଇଥିଲା l ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କଟକ ପଠାଇ ତଦନ୍ତ କରୁଛି l

Related posts

ଖବରକାଗଜ ବିତ୍ତରକ ମାନଙ୍କୁ ପରିଚୟପତ୍ର ପ୍ରଦାନ

Odisha Halchal

ବିବାହ ସମୟରେ କନ୍ୟା ପ୍ରେମିକ ସହ ଫେରାର୍‌

Odisha Halchal

ବାରହା ଫାସରେ ପଡିଲେ ଚାଷୀ

Odisha Halchal

Leave a Comment