ଦେଶ ବିଦେଶନ୍ୟୁଜ୍

ଅନନ୍ତନାଗରେ ଏକକାଉଣ୍ଟର୍ , ୩ ଆତଙ୍କବାଦୀ ନିପାତ

ଅନନ୍ତନାଗରେ ଏକକାଉଣ୍ଟର୍ , ୩ ଆତଙ୍କବାଦୀ ନିପାତ

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକକାଉଣ୍ଟର୍ । ଏନକାଉଣ୍ଟରରେ ନିପାତ ହେଲେ ୩ ଆତଙ୍କବାଦୀ । ଅନନ୍ତନାଗ ଜିଲ୍ଲାର ପହଲଗାମ୍ ଜଙ୍ଗଲ ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ଗୋଇନ୍ଦା ସୂଚନା ମିଳିଥିଲା । ଏହା ପରେ ସମ୍ପୃକ୍ତ ଅଂଚଳରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।

ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀ ଦୁଇ ଜଣ ହିଜିବୁଲ ମୁଜାହିଦ୍ଦିନର ସଦସ୍ୟ ବୋଲି ଅନୁମାନ କରାଯାଇଛି । ଅପରେସନ୍ ଜାରି ରହିଛି । ଅନ୍ୟପକ୍ଷରେ ଜାମ୍ମୁକାଶ୍ମୀରର ଅନନ୍ତନାଗରେ ମଧ୍ୟ ଆଉ ଏକ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର ।

Related posts

ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର

Odisha Halchal

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

Odisha Halchal

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Odisha Halchal

Leave a Comment